ମୁମ୍ବାଇ(ଏଟିଆର ବ୍ୟୁରୋ) : ବିଗବସ ୧୧ର ପ୍ରତିଯୋଗୀ ତଥା ମାଷ୍ଟରମାଇଣ୍ଡ ବିକାଶ ଗୁପ୍ତା ପୁଣିଥରେ ଏକ ଚାଲେଞ୍ଜର୍ସ ଭାବେ ବିଗବସ୍ ୧୪ରେ ପ୍ରବେଶ କରିଥିଲେ ଏବଂ ବିଜେତା ହେବାର ଦାବି ମଧ୍ୟ କରିଥିଲେ ।
କିନ୍ତୁ ସୂଚନାନୁସାରେ କୁହାଯାଉଅଛି ବିକାଶ ଏବେ ବିଗବସ୍ ଘରୁ ବିଦାୟ ନେଇଛନ୍ତି ।ଖୁବ୍ କମ ବୟସରୁ ବିକାଶ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ ଏବଂ ବହୁତ ସଂଘର୍ଷ ପରେ ସଫଳତା ହାସଲ କରିଥିଲେ । କିନ୍ତୁ ଏବେ ରିପୋର୍ଟ ଦର୍ଶାଯାଉଛି ବିକାଶ ନିଜ ଅସୁସ୍ଥତା କାରଣରୁ ଶୋ’ ଛାଡୁଛନ୍ତି ।
ଏହା ପୂର୍ବରୁ ଘରର ନିୟମ ଉଲଙ୍ଘନ କରି ଅର୍ଶୀ ଖାନ୍ଙ୍କୁ ସୁଇମିଂ ପୁଲରେ ଠେଲିଦେବା କାରଣରୁୁ ତାଙ୍କୁ ଶୋ’ରୁ ବାହାର କରି ଦିଆଯାଇଥିଲା । କିନ୍ତୁ ଟିଭି ପ୍ରଯୋଜକ ଓ ତାଙ୍କ ଫ୍ୟାନ୍ସ ମାନଙ୍କ କାରଣରୁ ତାଙ୍କୁ ପୁଣିଥରେ ଏକ ମୌକା ଦିଆଯାଇଥିଲା ।
ଏବେ ବିକାଶ ନିଜର ଅସୁସ୍ଥତା କାରଣରୁ ଶୋ’ ରୁ ବିଦାୟ ନେଇଛନ୍ତି । ବିକାଶ ଶୋ’ ରୁ ବିଦାୟ ନେବାପରେ ରାକ୍ଷୀ ତାଙ୍କ ପାଇଁ ପ୍ରାର୍ଥନା କରୁଥିବା ସମୟରେ ଅର୍ଶୀ ନିଜ ଦୁଃଖ ପ୍ରକାଶ କରି କାନ୍ଦିଛନ୍ତି ।