ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଷ୍ଟେସନରେ ଗୀତ ଗାଇ ରାନୁ ମଣ୍ଡଲ ଶୋସାଲ ମିଡିଆ ମାଧ୍ୟମରେ ରାତା ରାତି ସେଲିବ୍ରିଟ ପାଲଟିବା ଯେତିକି ରୋମାଞ୍ଚକର ତାଠୁ ବେଶି ସଂଘର୍ଷ ପୂର୍ଣ୍ଣ ରାନୁ ମଣ୍ଡଲଙ୍କ ଜୀବନ କାହାଣୀ । ୬୦ ବର୍ଷୀୟ ରାନୁ ମଣ୍ଡଲ ଜନ୍ମରର ମାତ୍ର ୬ ବର୍ଷ ବୟସରେ ନିଜର ବାପା ମାଙ୍କୁ ହରାଇଥିଲେ । ପରେ ଜୀବନ ସଂଘର୍ଷ ମଧ୍ୟରେ ଜଣେ ଯବୁକଙ୍କ ସହିତ ହୁଏ ରାନୁଙ୍କ ବିବାହ । ବିବାହ ପରେ ରାନୁ ସ୍ୱାମୀଙ୍କ ସହିତ ଚାଲି ଆସନ୍ତି ମୁମ୍ବାଇ ।
ପୂର୍ବରୁ ତାଙ୍କ ପାଖରେ ଭଲ ଘର ଥିଲା ମାତ୍ର ତାକୁ ଚଳାଇବା ପାଇଁ ପାଖରେ ଅର୍ଥ ନଥିଲା କି ଲୋକ ନଥିଲେ । ବହୁତ ଦିନ ଏକା ଏକା ବଞ୍ଚିବାକୁ ପଡିଛି । ରାନୁ ନିଜ ବିବାହକୁ ନେଇ କୁହନ୍ତି ତାଙ୍କ ସ୍ୱାମୀ ଫିଲ୍ମଷ୍ଟାର ଫିରୋଜ ଖାଁଙ୍କ ରୋଷେୟା ରହିଥିଲେ । ଯେଉଁଥି ପାଇଁ ସେ ବିବାହ ପରେ ସ୍ୱାମୀଙ୍କ ସହିତ ମୁମ୍ବାଇ ଯାଇଥିଲେ । ନିଜ ସ୍ୱାମୀଙ୍କ ସହିତ ସେଠାରେ କିଛି ଦିନ ଖୁସୀରେ ମଧ୍ୟ ଜୀବନ ଯାପନ କରିଥିଲେ ।
ମାତ୍ର ହଠାତ ଦିନେ ସେହି ଖୁସୀ ଭିତରକୁ ମାଡି ଆସିଲା କଳା ପାହାଡ । ଭାଙ୍ଗିଗଲା ସୁନାର ସଂସାର । ବାଧ୍ୟ ହୋଇ ରାନୁ ପୁଣି ନିଜ ରାଜ୍ୟ ପଶ୍ଚିମ ବଙ୍ଗଳା ଚାଲି ଆସିଲେ । ନଜି ପେଟ ପାଟଣା ପାଇଁ କୋଲକାତା ରାନାଘାଟ ଷ୍ଟେସନରେ ଗୀତ ଗାଇବା ଆରମ୍ଭ କଲେ । ଆଉ ସେଇ ଗୀତକୁ ଜଣ ଯୁବକ ନିଜ ମୋବାଇଲରେ ରେକର୍ଡ କରି ଶୋସାଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ଭାଇରାଲ ହେବା ପରେ ରାତା ରାତି ରାନୁ ପାଲଟି ଯାଇଥିଲେ ବଲିଉଡ ସିଙ୍ଗର ।