ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜନତା ମଇଦାନରେ ଆୟୋଜିତ ହୋଇଥିବା ମେକ୍ ଇନ୍ ଓଡିଶା କନକ୍ଲେଭର ତୃତୀୟ ଦିନର ସନ୍ଧ୍ୟା ଖୁବ୍ ଆକର୍ଷଣୀୟ ଥିଲା । ବିଭୁ ମହାପାତ୍ରଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ବିଭିନ୍ନ ପୋଷାକ ପିନ୍ଧି ଷ୍ଟେଜ୍ ରେ ମଡେଲ ମାନଙ୍କ ଫ୍ୟାସନ ସୋ’ର ଜଲୱା ଦେଖିବାକୁ ମିଳିଥିଲା ।
କୋଣାର୍କ ମନ୍ଦିରର ବ୍ୟାଗରାଉଣ୍ଡରେ ପ୍ରାୟତଃ ୫୦ ଜଣ ମଡେଲ ର୍ୟାମ୍ପ ୱାକ୍ କରିଥିଲେ । କିଏ ଶାଢୀ ପିନ୍ଧିଥିଲେ ତ ଆଉ କେହି କେହି ଗାଉନ୍ ଏବଂ ବିଭିନ୍ନ କିସମର ପୋଷାକ ପିନ୍ଧି ନିଜର ଜଲୱା ଦେଖାଇଥିଲେ । ଏହାସହିତ ସୋ’ ଷ୍ଟପର୍ ହୋଇଥିଲେ ଓଲିଉଡର ଚର୍ଚ୍ଚିିତ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ।