ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ମହାମାରୀ ପାଇଁ ବେଳେ ବେଳେ ମାର୍କେଟରେ ସବୁ ଜିନିଷର ରେଟ ବଢୁଛି ତ ପୁଣି କେତେବେଳେ କମୁଛି । ସେହିପରି ୟାରି ମଧ୍ୟରେ ବର୍ତ୍ତମାନ ସୁନା ଓ ରୂପା ରେଟ ମଧ୍ୟ ଅନେକ ଧର ବଢୁଛି ଓ କମୁଛି । ବଜାରରେ ସୁନା ସର୍ବାଧିକ ୫୭ ହଜାର ୮ ଟଙ୍କାରୁ ୧୦ ଗ୍ରାମକୁ ୬ ହଜାର ୬୪୩ ଟଙ୍କା ଶସ୍ତା ହୋଇଛି। ଅଗଷ୍ଟ ୭ ତାରିଖରେ ରୁପାର ରେଟ ବଢି ଯାଇ ୧୮ ହଜାର ୯୨୮ ଟଙ୍କାରେ ପହଞ୍ଚିଛି। ବିନିଯୋଗକାରୀ ଓ କ୍ରେତା ଭାବୁଛନ୍ତି ସୁନା ଦାମ୍ ୧୦ ଗ୍ରାମକୁ ୪୫ ହଜାର ଯାଏଁ ପହଞ୍ଚିଯିବ। ଦୀପାବଳି ଯାଏଁ ସୁନା ଦାମ୍ କେତେ ରହିବ ତାହା ନେଇ ଲୋକେ ଅନୁମାନ କରୁଛନ୍ତି। କାରଣ ଅଧିକାଂଶ ଲୋକ ଦୀପାବଳି ଓ ଧନତେରସରେ ସୁନା କିଣନ୍ତି।
ମୋତିଲାଲ୍ ଓସୱାଲ୍ ଫାଇନାନସିଲ୍ ସର୍ଭିସେସର ଉପାଧ୍ୟକ୍ଷ ନବନୀତ ଦମାନି କହିଛନ୍ତି ଯେ, ସୁନା ଦାମ ହ୍ରାସ ପାଇ ୫୦ ହଜାର ଟଙ୍କାରେ ପହଞ୍ଚିଛି। ରୁପା କିଲୋ ୬୦ ହଜାର ଟଙ୍କାରୁ ହ୍ରାସ ପାଇଛି। ଆଗକୁ ମଧ୍ୟ ସୁନା ରୁପା ଦାମ୍ ବଢିବା କମିବା ଜାରି ରହିବ ବୋଲି ଅନୁମାନ କରାଯାଉଛି। ଦୀପାବଳିରେ ୧୦ ଗ୍ରାମ ସୁନା ଦାମ୍ ୫୦ ହଜାରରୁ ୫୨ ହଜାର ମଧ୍ୟରେ ରହିପାରେ ବୋଲି ସୂଚନା ମିଳିଛି ।
କେଡ଼ିଆ କ୍ୟାପିଟାଲର ନିର୍ଦେଶକ ଅଜୟ କେଡ଼ିଆ କହିଛନ୍ତି ଯେ ସୁନା ଦାମ୍ ଯେଭଳି ବୃଦ୍ଧି ପାଇଛି ତାକୁ ପ୍ରାକୃତିକ ବୃଦ୍ଧି ବୋଲି କୁହାଯିବ ନାହିଁ। କରୋନା ମହାମାରୀ ଯୋଗୁଁ ବଜାର ମୂଲ୍ୟ ବହୁତ ହ୍ରାସ ପାଇଛି। ୨୦୦୭ରେ ସୁନା ୧୦ ଗ୍ରାମ ୯ ହଜାର ଥିବାବେଳେ ୨୦୧୬ ରେ ୩୧ ହଜାରରେ ପହଞ୍ଚିଥିଲା। ଅର୍ଥାତ ୯ ବର୍ଷରେ ସୁନା ଦାମ୍ ପାଖାପାଖି ତିନି ଗୁଣ ବଢିଛି। ଯେତେବେଳେ ସୁଧ ହାର ହ୍ରାସ ପାଇଥାଏ ସେତେବେଳେ ସୁନାରେ ବିନିଯୋଗ ବଢିଥାଏ। ଅଜୟ କେଡ଼ିଆ କହିଛନ୍ତି ଯେ ସୁନା ଦାମ ହଠାତ ବଢିନି। ୨୦୧୮ ସେପ୍ଟେମ୍ବରରୁ ଧୀରେ ଧୀରେ ସୁନା ଦାମ୍ ବଢି ଚାଲିଛି। ସେ କହିଛନ୍ତି ଡଲାର୍ ବଢିଲେ ଲଙ୍ଗ୍ ଟର୍ମରେ ସୁନା ଦାମ୍ ବୃଦ୍ଧି ପାଇବ। ଆସନ୍ତା ବର୍ଷ ସୁଦ୍ଧା ସୁନା ୧୦ ଗ୍ରାମକୁ ୬୦ ରୁ ୭୦ ହଜାର ପହଞ୍ଚିପାରେ ବୋଲି ଅନୁମାନ କରିଛନ୍ତି। କିନ୍ତୁ ଆପଣଙ୍କ ପାଇଁ ଖୁସି ଖବର ହେଉଛି ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଦୀପାବଳିରେ କିଣିପାରିବେ କାରଣ ଏହା ଶସ୍ତା ହୋଇଯିବ ।