ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମିସ୍ ୟୁନିଭର୍ସ ୨୦୨୧ ଟାଇଟେଲ ହାତେଇଲେ ଭାରତୀୟ ସୁନ୍ଦରୀ । ପଞ୍ଜାବର ଝିଅ ହରନାଜ କୌର ପିନ୍ଧିଲେ ମିସ୍ ୟୁନିଭର୍ସ ମୁକୁଟ । ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ଦେଖାଇଲେ ନିଜର ଜଲୱା । ୨୦୨୦ ର ମିସ୍ ୟୁନିଭର୍ସ ତଥା ମେକ୍ସିକୋର ଆଣ୍ଡ୍ରିୟା ମେଜା ହରନାଜଙ୍କୁ ମୁକୁଟ ପିନ୍ଧାଇଛନ୍ତି ।
୨୧ ବର୍ଷ ପରେ ଭାରତ ପାଇଁ ମିସ ୟୁନିଭର୍ସ ମୁକୁଟ ଆଣିଛନ୍ତି ହରନାଜ୍ । ୨୦୦୦ ମସିହାରେ ଲାରା ଦତ୍ତା ମିସ୍ ୟୁନିଭର୍ସ ଟାଇଟେଲ ହାତେଇଥିଲେ ଏହାପରେ ୨୧ ବର୍ଷ ପରେ ହରନାଜ ଏହି ଟାଇଟେଲ ହାତେଇଛନ୍ତି ।