ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ବିୟୁଟି ପାଜେଣ୍ଟ ସୋ’ ର କ୍ରେଜ୍ ବଢିବାରେ ଲାଗିଛି । ଏହି ବିୟୁଟି ପାଜେଣ୍ଟ ଦ୍ୱାରା ନିଜର ପ୍ରତିଭା ଦେଖାଇବା ପାଇଁ ବେଶ୍ ଉତ୍ସାହ ଯୁବପିଢୀ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ମେଗା ଇଭେଣ୍ଟ ସୋ’ indias-charming-face-odisha-2019 । ଏହି ସୋ’ ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହେବ । ଏଥିରେ ଓଡିଆ ପ୍ରତିଭା ସେମାନଙ୍କର ଜଲୱା ଦେଖାଇବେ । ସେଥିଲାଗି ଏହି ସୋ’ରେ ଭାଗନେବା ପାଇଁ ଓଡିଶାର ୩୦୦ ରୁ ଅଧିକ ପ୍ରତିଯୋଗୀ ଅନଲାଇନ୍ ଯୋଗେ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୫୦ ଜଣ ପ୍ରତିଯୋଗୀଙ୍କୁ ବଛାଯାଇଛି । ସେହି ୫୦ ଜଣଙ୍କୁ ନେଇ ଏକ ଅଡିସନ୍ ହେବ ସେଥିରୁ ୧୬ ଜଣ ପ୍ରତିଯୋଗୀ ବଛା ହେବେ । ସେହି ୧୬ ପ୍ରତିଯୋଗୀ ସିଧା ସଳଖ ମେଗା ଇଭେଣ୍ଟରେ ଏଣ୍ଟ୍ରି କରିବେ । ତେବେ ଆସନ୍ତୁ ଜାଣିବା ସେହି ପ୍ରତିଯୋଗୀଙ୍କ ମଧ୍ୟରୁ କିଛି ପ୍ରତିଯୋଗୀଙ୍କ ବିଷୟରେ ସେମାନଙ୍କ ମୁହଁରୁ…
ଲିଜିଲିନ୍ ମିଶ୍ର(ଭୁବନେଶ୍ୱର):- ମୁଁ ଲିଜିଲିନ୍ ମିଶ୍ର,ଏକ ମଧ୍ୟବିତ ବର୍ଗର ପରିବାରୁ ଆସିଛି । ମୋ ପିତା ହେଉଛନ୍ତି ଜଣେ ବ୍ୟବସାୟୀ ଏବଂ ମାତା ଗୃହିଣୀ । ଚଳିତ ବର୍ଷ କିମ୍ସ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଛି । ବହି ପଢିବା ଏବଂ ଗୀତ ଶୁଣିବା ମୋର ଶଉକ । ଭବିଷ୍ୟତରେ ଏକ ମଡେଲ ହେବାର ମୋର ଲକ୍ଷ୍ୟ ରହିଛି । ମୋ ପାଇଁ ସୁନ୍ଦରତା କିଛି ଏଭଳି ଯାହା ଦ୍ୱାରା ଅନ୍ୟ ମୁହଁରେ ହସ ଆଣିବା ଏବଂ ସେହି ସମୟରେ ସନ୍ତୁଷ୍ଟ ଅନୁଭବ କରିବା । ମୋ ମତରେ ମତେ କ୍ରାଉନ ପିନ୍ଧାଇବା ଉଚିତ୍ କାରଣ ମୁଁ ଭୌତିକବାଦୀ ସୁନ୍ଦରତା ଉପରେ ବିଶ୍ୱାସ କରେ ନାହିଁ । ଏହାସହିତ ଜଣେ ଆମ୍ବାସାଡାର ଭାବେ ଭଲପାଇବା ଏବଂ ଦେଖାରଖାକୁ ପ୍ରୋତ୍ସାହନ ଦେବି ।
ଜାହ୍ନବି ପାଠକ (ଭୁବନେଶ୍ୱର):- ମୁଁ ଜାହ୍ନବି ପାଠକ । ଫ୍ୟାସନ ଡିଜାଇନ୍ ହେଉଛି ମୋର ନିଶା । ମୁଁ ଏବେ ମୁମ୍ବାଇର ଅନେ୍ଧରୀରେ ଆଇଏନଆଇଏଫଡି ରେ ଫ୍ୟାଶନ ଡିଜାଇନ୍ କୋର୍ସ କରୁଛି । ଏହାବ୍ୟତିତ ମୁଁ ଜଣେ କଥକ ଏବଂ ଆଧୁନିକ ନୃତ୍ୟଶିଳ୍ପୀ,ଅବଶିଷ୍ଟ ସମୟରେ ମୋତେ ଚିତ୍ର କରିବାକୁ ଭଲ ଲାଗେ । କିଛିଟା ଆନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ମୋର ଫ୍ୟାଶନ ପ୍ରତି ଥିବା ଦର୍ବଳତା ପଛରେ ବେଶ ସହାୟକ ହେବ ବୋଲି ଆଶା ରହିଛି । ସୁନ୍ଦରତା ହେଉଛି ଏକ ଅର୍ନ୍ତନିର୍ହିତ କଳା, ଯାହା ସମୟ ସହିତ ଆସି ସମୟ ସହିତ ଚାଲି ଯାଇଥାଏ । ମୁଁ ଏହି ପ୍ରତିଯୋଗିତା ଜିତିବି ବୋଲି ମୋର ଦୃଢ ଆଶା ଓ ବିଶ୍ୱାସ ରହିଛି । ଏହି ମୁକୁଟ ଜିତି ମୁଁ ମୋ ଜେଜେ ମା, ମା ଏବଂ ସାନ ଭଉଣୀକୁ ଉପହାର ଦେବି ।
ଦିବ୍ୟଜ୍ୟୋତି ତ୍ରିପାଠୀ (ପୁରୀ):- ମୁଁ ଦିବ୍ୟଜ୍ୟୋତି ତ୍ରିପାଠୀ, +୨ ପ୍ରଥମ ବର୍ଷର ଛାତ୍ରୀ । ଚିତ୍ର କରିବା ଏବଂ ନାଚିବା ମୋର ବହୁତ ପସନ୍ଦ । ପ୍ରଫେସନାଲ ମଡେଲ ହେବା ମୋର ଏକ ବଡ ସ୍ୱପ୍ନ । ଏହି ସବୁ ଭିତରେ ମୋର ଆଉ ଏକ ବଡ ଲକ୍ଷ୍ୟ ହେଉଛି ଛୋଟ ଛୋଟ ପିଲାଙ୍କ ପାଇଁ ଏକ ନୃତ୍ୟ ବିଦ୍ୟାଳୟ ଖୋଲିବି, ଯେଉଁଠି ମୁଁ ମାଗଣାରେ ନୃତ୍ୟ ଶିଖାଇବି । କାରଣ ଆମ ସମାଜରେ ଏମିତି କିଛି ପିଲା ଅଛନ୍ତି ଯେଉଁମାନଙ୍କ ପାଖରେ ପ୍ରତିଭା ଭରପୁର ହୋଇ ରହିଛି, ମାତ୍ର ଆର୍ଥିକ ଅଭାବ ଯୋଗୁଁ ବଣ ମଲ୍ଲି ବଣରେ ଫୁଟି ମଉଳି ଯାଉଛି । ମୋର ଦୃଢ ବିଶ୍ୱାସ ରହିଛି ମୁଁ ଚାର୍ମିଂ ଫେସ୍ ଓଡିଶା ୨୦୧୯ ର ବିଜେତା ହେବି । ସବୁବେଳେ ସବୁ ପ୍ରତିକୂଳ ପରିସ୍ଥିତି ରେ ମୁଁ ମୋ ନିଜକୁ ସର୍ବଦା ବିଜେତା ରୂପେ ଦେଖିଥାଏ । ମୋ ମତରେ ସୁନ୍ଦରତା ମଣିଷର ଶରୀରରେ ନଥାଏ ବରଂ ଆଖିରେ ଥାଏ । ଏହା ଗୁଣବତ୍ତାକୁ ହିଁ ଦର୍ଶାଇଥାଏ ।
ନିରଜପ୍ରିୟା ଦାସ (ଭୁବନେଶ୍ୱର):- ମୁଁ ଭୁବନେଶ୍ୱରରୁ ନିରଜପ୍ରିୟା ଦାସ । ମୁଁ ଏବେ ଦର୍ଶନଶାସ୍ତ୍ରରେ ପିଜି କରୁଛି । ମୋତେ ର୍ୟାମ୍ପରେ ଚାଲିବା ବହୁତ ପସନ୍ଦ । ସେଥିପ୍ରତି ମୋର ବହୁତ ଦୁର୍ବଳତା ରହିଛି । ସେହିଭଳି ପଶୁ-ପକ୍ଷୀଙ୍କୁ ମୁଁ ବହୁତ ଭଲ ପାଏ । ମୋ ମତରେ ଯେଉଁ ଜିନିଷକୁ ଆମେ ସକରାତ୍ମକ ଭାବେ ଦେଖିଥାଉ ତାହା ଆପେ ଆପେ ଆମକୁ ସୁନ୍ଦର ଲାଗିଥାଏ । ସିନ୍ଦୁରତା ହେଉଛି ଏକ ଅର୍ନ୍ତନିହିତ କଳା । ଆଶା ଅଛି ଚାର୍ମିଂ ଫେସ୍ ଓଡିଶା ୨୦୧୯ରୁ ମୋତେ ବହୁତ କିଛି ଶିଖିବାକୁ ମିଳିବ । ମୁଁ ଏହି ମଞ୍ଚରେ ମୋ ଭିତରେ ଥିବା କଳାକୁ ଦେଖାଇ ପାରିବି । ମୋ ମୋର ବେଷ୍ଟ ଦେବାକୁ ଚେଷ୍ଟା କରିବି ।
ଇପ୍ସିତା ନାୟକ (କୋରାପୁଟ):- ମୁଁ ଇପ୍ସିତା ନାୟକ । ଯୁକ୍ତ ୩ ବାଣିଜ୍ୟ ର ପ୍ରଥମ ବର୍ଷର ଛାତ୍ରୀ । ଡ୍ୟାନ୍ସ କରିବା , ଖେଳିବା, ବହି ପଢିବା ହେଉଛି ମୋର ଶଉକ । ମୁଁ ପାଠ ପଢା ବ୍ୟତିତ ଯେତେବେଳେ ସମୟ ପାଏ ବିଭିନ୍ନ ବହି ପଢିବା ସହ ଖେଳ କୁଦ କରିଥାଏ । ଭବିଷ୍ୟତରେ ଜଣେ ଭଲ ଅଭିନେତ୍ରୀ ହେବା ପାଇଁ ମୋର ଇଛା ରହିଛି । ସୁନ୍ଦରତାର ଅର୍ଥ ହେଉଛି ନିଜ ଭିତରେ ଥିବା ଗୁଣବତ୍ତା ଏବଂ ସୁନ୍ଦର ବ୍ୟକ୍ତିତ୍ୱ ।