ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୁବନେଶ୍ୱର ସ୍ଥିତ ହୋଟେଲ ପଦ୍ମଜାରେ ଅନୁଷ୍ଠିତ ହୋଇଯାଇଛି ଇଣ୍ଡିଆ ଚାର୍ମିଙ୍ଗ ଫେସ୍ ଓଡିଶା୨୦୧୯ର ମେଗା ଇଭେଣ୍ଟ । ପ୍ରଥମେ ସାଂସ୍କୃତିକ ନୃତ୍ୟରୁ ଆରମ୍ଭ ହୋଇଥିଲା ଏହି ସୋ’ । ଏହି ବିୟୁଟି ପାଜେଣ୍ଟ ସୋ’ର ମେଗା ଇଭେଣ୍ଟରେ ଟପ୍ ୧୨ ପ୍ରତିଯୋଗୀ ଭାଗନେଇଥିଲେ ।
ସେହି ଟପ୍ ୧୨ ପ୍ରତିଯୋଗୀ ଷ୍ଟେଜ୍ ଉପରେ ସେମାନଙ୍କ ଜଲୱା ଦେଖାଇ ଜଜେସ୍ ମାନଙ୍କ ମନ ଜିଣିବାକୁ ଚେଷ୍ଟା କରିଥିଲେ । ଏଥିରେ ତିନୋଟି ରାଉଣ୍ଡ କରାଯାଇଥିଲା, ଏହି ସମସ୍ତ ରାଉଣ୍ଡରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଥିଲା । ଏଥିରେ ବିଚାରକମାନେ ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ପ୍ରଶ୍ନ କରୁଥିଲେ ଏବଂ ପ୍ରତିଯୋଗୀମାନେ ସେହି ପ୍ରଶ୍ନର ଉତ୍ତର ରଖୁଥିଲେ । ଏହାକୁ ଦେଖି ବିଚାରକମାନେ ପ୍ରତିଯୋଗୀଙ୍କୁ ବାଛୁଥିଲେ । ସେହି ଅନୁଯାୟୀ ଟପ୍ ୧୨ ରୁ ବଛା ହେଲେ ଟପ୍ ୧୦, ପୁଣି ଟପ୍ ୧୦ ରୁ ଟପ୍ ୭ ଏବଂ ଶେଷରେ ଟପ୍ ୭ ରୁ ଟପ୍ ୫ ବଛା ହୋଇଥିଲେ । ଏହି ବିୟୁଟି ପାଜେଣ୍ଟ ସୋ’ରେ ବିଚାରକ ଭାବେ ନୃତ୍ୟଶିଳ୍ପୀ ସାଶ୍ୱତ ଯୋଶୀ,ଅଭିନେତ୍ରୀ ଦିବ୍ୟାଦିଶା ମହାନ୍ତି, ଅଭିନେତ୍ରୀ ପୁପୁଲ ଭୁୟାଁ, ମିସେସ୍ ଇଣ୍ଡିଆ ୨୦୧୯ ର ବିଜୟନୀ ସତରୂପା ଦାସ ଏବଂ ଅଭିନେତା ଅଭିଶେଖ ଗିରି ଯୋଗ ଦେଇଥିଲେ । ସେହିପରି ବ୍ରାଣ୍ଡ ଆମ୍ବାସାଡର ଭାବେ ଲାବନ୍ୟା ଦାସ ଏବଂ ମେଣ୍ଟର ଭାବେ ମୈତ୍ରୀ ମୋନାଲି ଯୋଗ ଦେଇଥିଲେ । ଶେଷରେ ପ୍ରଥମ ଥର ପାଇଁ ଓଡିଶାରେ ହୋଇଥିବା ଏହି ସୋ’ ର ଓଡିଶା ସଂସ୍କରଣରେ ଇଣ୍ଡିଆ ଚାର୍ମିଙ୍ଗ ଫେସ୍ ଓଡିଶା ୨୦୧୯ ର ବିଜୟନୀ ଭାବେ ମିସ୍ ନଗଜା ନିରଞ୍ଜନା ଏବଂ ଫାଷ୍ଟ ରନର୍ସ ଅପ୍ ଜାହ୍ନବି ପାଠକ ଏବଂ ସେକଣ୍ଡ ରନର୍ସ ଅପ୍ ଇପ୍ସିତା ଦାସଙ୍କ ନାଁ ଘୋଷଣା କରାଯାଇଥିଲା ।
ଅପରପକ୍ଷେ ଓଡିଶାରୁ ବଛା ହୋଇଥିବା ଏହି ଟପ୍ ୫ ପ୍ରତିଯୋଗୀ ସିଧା ସଳଖ ଗ୍ରାଣ୍ଡ ଫାଇନାଲରେ ଏଣ୍ଟ୍ରି କରିଛନ୍ତି । ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେବ ଏହାର ଗ୍ରାଣ୍ଡ ଫାଇନାଲ । ଏଥିରେ ବିଭିନ୍ନ ରାଜ୍ୟର ପ୍ରତିଯୋଗୀ ମାନେ ଭାଗ ନେବେ ।