ମୁମ୍ବାଇ (ଏଟିଆର ବ୍ୟୁରୋ): ଫେମିନା ମିସ୍ ଇଣ୍ଡିଆ ୨୦୧୯ର ଟାଇଟେଲ ଜିତିଛନ୍ତି ରାଜସ୍ଥାନର ଝିଅ ସୁମନ ରାଓ । ଶନିବାର ମୁମ୍ବାଇର ସରଦାର ବଲ୍ଲଭଭାଇ ପଟେଲ ଇଣ୍ଡୋର ଷ୍ଟାଡିୟମରେ ଫେମିନା ମିସ୍ ଇଣ୍ଡିଆର ଫାଇନାଲ ଆୟୋଜିତ କରାଯାଇଥିଲା । ବିଜୟନୀ ଭାବେ ସୁମନଙ୍କ ନାଁ ଘୋଷଣା ହେବା ପରେ ବର୍ଷ ୨୦୧୮ ର ବିଜୟନୀ ଅନୁକୃତି ୱାସ୍ ତାଙ୍କୁ ତାଜ୍ ପିନ୍ଧାଇଥିଲେ ।
ଏହି ଇଭେଣ୍ଟର ହୋଷ୍ଟ ଦାୟିତ୍ୱରେ କରଣ ଜୋହର, ମନୀଷ ପାଲ ଏବଂ ମାନୁଷୀ ଛିଲର ଥିଲେ । ଏହି ପ୍ରତିଯୋଗିତାରେ ୩୦ ଜଣ ସୁନ୍ଦରୀ ଭାଗ ନେଇଥିଲେ । ଏହାବ୍ୟତିତ ଇଭେଣ୍ଟରେ ହୁମା କୁରେଶୀ,ଚିତ୍ରାଗନ୍ଦା ସିଂହ , ରେମୋ ଡିସୁଜା, ଆୟୁଷ ଶର୍ମା , ମୁକେଶ ଛାବରା, ଦିୟା ମିର୍ଜା ଏବଂ ନେହା ଧୂପିଆ ସହିତ ଅନେକ କଳାକାର ମାନେ ସାମିଲ ଥିଲେ ।
ସେପଟେ ଫେମିନା ମିସ୍ ଇଣ୍ଡିଆ ୨୦୧୯ ର ଫାଷ୍ଟ ରନର୍ସ ଅପ୍ ଛତିଶଗଡର ଶିବାନୀ ଜାଧବ ଯିଏ ଏବର୍ଷ ମିସ୍ ଗ୍ରାଣ୍ଡ ଇଣ୍ଟରନେସନାଲ ରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ । ସେହିପରି ସେକେଣ୍ଡ ରନର୍ସ ଅପ୍ ବିହାରର ଶ୍ରେୟା ରଞ୍ଜନ । ଶ୍ରେୟା ମିସ୍ ୟୁନାଇଟେଡ୍ କଣ୍ଟିନେଟ୍ ବ୍ୟୁଟି କଣ୍ଟେଷ୍ଟ ଯିବେ ଏବଂ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ।
ଚଳିତ ବର୍ଷ ଡିସେମ୍ବର ୭ ଥାଇଲାଣ୍ଡରେ ହେବାକୁ ଥିବା ମିସ୍ ୱାର୍ଲ୍ଡ ୨୦୧୯ରେ ଭାରତ ପାଇଁ ମିସ୍ ଇଣ୍ଡିଆ ୨୦୧୯ ବିଜୟନୀ ସୁମନ ରାଓ ପ୍ରତିନିଧିତ୍ୱ କରିବେ ।