ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଫ୍ୟାସନ ଜଗତରେ ଦିନକୁ ଦିନ କ୍ରେଜ୍ ବଢିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ଫ୍ୟାସନ ସୋ’ରେ ସାରା ଦେଶର ପ୍ରତିଯୋଗୀ ମାନେ ଭାଗ ନେଉଛନ୍ତି । ଏଥିରୁ ବାଦ୍ ପଡି ନାହିଁ ଓଡିଶା । ଏହାସହିତ ଓଡିଶାର ପ୍ରତିଯୋଗୀମାନେ ଏଥିରେ ସଫଳତା ମଧ୍ୟ ହାସଲ କରୁଛନ୍ତି । ଆଜ୍ଞା ହଁ ଗତ ରବିବାର ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଆୟୋଜିତ ହୋଇଥିଲା ‘ମିସ୍ ଟିନ୍ ଡିଭା ଇଣ୍ଡିଆ ଇଣ୍ଟରନ୍ୟାସନାଲ ୨୦୧୯’ । ଏହାର ଟାଇଟେଲ ହାତେଇଛନ୍ତି ଓଡିଆ ଝିଅ ଲାବଣ୍ୟା ଦାସ । ସେ ଓଡିଶା ପାଇଁ ପୁଣି ଏକ ଗୌରବ ଆଣିଦେଇଛନ୍ତି ।
ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଓଡିଶା ସମତେ ବିଭିନ୍ନ ରାଜ୍ୟ ଯେପରିକି ଦିଲ୍ଲୀ, ହାଇଦ୍ରାବାଦ,ଆସାମ, ରାଜସ୍ଥାନ ଏବଂ ଛତିଶଗଡ ଆଦି ରାଜ୍ୟରୁ ଆସିଥିବା ୪୦ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ସବୁଠାରୁ ବଡ କଥା ହେଉଛି ଲାବଣ୍ୟା ପିନ୍ଧିଥିବା ପୋଷାକ ଓଡିଶାର ସଂସ୍କୃତିକୁ ଦର୍ଶାଉଥିବାରୁ ତାହାକୁ ଶ୍ରେଷ୍ଠ ଜାତୀୟ ପୋଷାକ ରୂପେ ସମ୍ମାନିତ କରାଯାଇଛି ।
ଭୁବନେଶ୍ୱରର ଡିଏଭି ପବ୍ଲିକ ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଲାବଣ୍ୟା ପୂର୍ବରୁ ‘ମିସ୍ ଆଣ୍ଡ ମିଷ୍ଟର ଟୁରିଜିମ୍ ଆମ୍ବାସଡର ୟୁନିଭରର୍ସ ୨୦୧୮’ ର ଟାଇଟେଲ ମଧ୍ୟ ଜିତି ସାରିଛନ୍ତି । ସୂଚନା ଯୋଗ୍ୟ ଲାବଣ୍ୟା ଭଲ ପାଠ ପଢିବା ସହିତ ସେ ସାଠରେ ମଧ୍ୟ କୌଣସି ପ୍ରକାରେ କମ୍ ନୁହଁନ୍ତି । ଯେଉଁଥି ପାଇଁ ଆଜି ସେ ସାରା ଓଡିଶାରେ ଗର୍ବିତ । ଏହାସହିତ ଆଗକୁ ସେ ଜଣେ ଭଲ ଆଏସ ଅଫିସର ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି ।