ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଟିଆର ମିଡିଆ ଦ୍ୱାରା ପ୍ରସ୍ତୁତ ଓଡିଶାର ସୁଖ୍ୟାତ ସୃଜନଶୀଳ ଫଟୋଗ୍ରାଫି ଗୃପ୍ ‘ଟିଲଟେଡ ଲେନ୍ସ’ ର କ୍ୟାଲେଣ୍ଡର ‘ଶ୍ରୀଜନ’ର ତୃତୀୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ହୋଟେଲ ଏମ୍ପାୟାର ରେ ଏହି କାର୍ଯ୍ୟକ୍ରମ ଆୟାଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଓଲିଉଡ ଅଭିନେତ୍ରୀ ପିଙ୍କି ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଓଡିଶୀ ନୃତ୍ୟ ଗୁରୁ ଶାସ୍ୱତ ଯୋଶୀ , ଆଓନେକଷ୍ଟର ସିଇଓ କୌସିକ ଦାସ , ଗ୍ଲିଜ୍ଡ ମ୍ୟାଗାଜିନ୍ ର ମୁଖ୍ୟ ସମ୍ପାଦକ ନରେଶ ସିଂହ ଏବଂ ମୁ୍ଖ୍ୟ ବକ୍ତା ଭାବେ ଓଲିଉଡ ଅଭିନେତା ପୁପିନ୍ଦର ଯୋଗ ଦେଇଥିଲେ ।
ଏପ୍ରିଲ ମାସରେ ଓଡିଆ ନବବର୍ଷ ପାଳନ ହେଉଥିବା ଯୋଗୁଁ ଓଡିଆ ସଂସ୍କୃତି ଏବଂ ପରମ୍ପରାକୁ ପ୍ରସାର କରିବା ଲାଗି ଚଳିତ ମାସରେ ଏହି କ୍ୟାଲେଣ୍ଡର ଉନ୍ମୋଚିତ କରାଯାଇଥିଲା ।
ଟିଲଟେଡ ଲେନ୍ସର ଫଟୋଗ୍ରାଫି ଗ୍ରୁପ ମଧ୍ୟରେ ଅମନ ଅଗ୍ରୱାଲ, ରମାକାନ୍ତ ପଟେଲ, ସାଶ୍ୱତ ସଡଙ୍ଗୀ, ଶୁଭଶ୍ରୀ ପଟ୍ଟନାୟକ ସିବିୟା ନନ୍ଦ ଏବଂ ସୋନାଲି ମିଶ୍ର ଉପସ୍ଥିତ ଥିଲେ ।
ଚଳିତବର୍ଷ କ୍ୟାଲେଣ୍ଡରର ଥିମ୍ ମିରର ଷ୍ଟୋରୀରେ ମଡେଲ ଇଣ୍ଡଷ୍ଟ୍ରିର କିଛି ନୂତନ ଚେହେରାଙ୍କୁ ଦେଖିବାକୁ ମିଳିଥିଲା । ସେମାନେ ହେଲେ..ଶ୍ର୍ରୁତି, ଦିବ୍ୟା ବିଶ୍ୱାଲ, ଦିକ୍ସ୍ୟା ସିଂ, ଅନୁରାଧା ମିଶ୍ର, ସେଫାଳି ନନ୍ଦ, ସୁଚିଶ୍ରୀ ସିହ୍ନା, ପିୟାଲି ଦାଶ, ରାଜନନ୍ଦିନୀ ମିଶ୍ର, ଆର୍ୟୱାଲା ଜେନା, ପ୍ରଜ୍ଞାଶ୍ରୀ ଦାସ, ସୋନମ ଦାସ ଏବଂ ସାନ୍ତ୍ୱନା ସିମରନ୍ ।
ଏହା ଟିଲଟେଡ ଲେନ୍ସ ର ତୃତୀୟ ସଂସ୍କରଣ ହୋଇଥିବା ବେଳେ ଏହାକୁ ସମସ୍ତେ ଖୁବ୍ ପ୍ରଶଂସା କରିଛନ୍ତି । ସେହିପରି ଏହା ପୂର୍ବରୁ ଦୁଇଟି ସଂସ୍କରଣ ମଧ୍ୟ ବେଶ ସଫଳତା ହାସଲ କରିଥିଲା ।
ଏହି ସଫଳତାକୁ ଭିତ୍ତି କରି ପ୍ରତ୍ୟେକ ବର୍ଷ ନୂଆ ଥିମ୍ ସହ କିଛି ନୂତନ ଚେହେରାଙ୍କୁ କ୍ୟାଲେଣ୍ଡରରେ ସ୍ଥାନ ଦେବେ ବୋଲି ଏଟିଆର ମିଡିଆର ମ୍ୟାନେଜିଙ୍ଗ ପାର୍ଟନର ଅମନ ଅଗ୍ରୱାଲଙ୍କ କହିଥିଲେ ।