ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଆତଙ୍କ ମଧ୍ୟରେ ଜାରି ରହିଛି ଟୀକାକରଣ ପ୍ରକ୍ରିୟା । ଏବେ ଟୀକାକରଣ ଉପରେ ଅଧିକ ଫୋକସ ଦିଆଯାଉଛି । ସେହିଅନୁସାରେ ଆଜି ରାଜ୍ୟକୁ ଆହୁରି ଆସିବ ଏକ ଲକ୍ଷ ଡୋଜ କୋଭିସିଲ୍ଡ ଟୀକା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୮ ଲକ୍ଷ ୫୦ ହଜାର ୩୮୦ ଡୋଜ ଟୀକାକରଣ ହୋଇସାରିଛି । ମାତ୍ର କରୋନା ମାମଲା ବୃଦ୍ଧି ପାଇଁ ରାଜ୍ୟରେ ଆଜିଠୁ ଲାଗୁ ହୋଇଥିବା ସପ୍ତାହନ୍ତ ସଟଡାଉନ ପାଇଁ ଏହି ଦୁଇ ଦିନ ଟୀକାକରଣ ପ୍ରକିୟା ବନ୍ଦ ରହିବ କିନ୍ତୁ ଅନ୍ୟ ୫ ଦିନ ଯାକ ଟୀକାକରଣ କରାଯିବ । ଏନେଇ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହି କହିଛନ୍ତି ।
ସେହିପରି ଆସନ୍ତା ମେ ପହିଲାରୁ ୧୮ ବର୍ଷ ରୁ ଅଧିକ ବୟସ୍କକଙ୍କୁ ଟୀକାକରଣ କରାଯିବ । ରାଜ୍ୟରେ ବର୍ତ୍ତମାନ ୩ ଲକ୍ଷ ୭ ହଜାର ଡୋଜ କୋଭାକ୍ସିନ ଟୀକା ଉପଲବ୍ଧ ଅଛି ।