ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆତଙ୍କ ଖେଳାଇଛି କରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଗୋଟେ ପରେ ଗୋଟେ ଜୀବନ ନେଉଛି ଏହି ଅଦୃଶ୍ୟ ମହାମାରୀ । ରାଜ୍ୟରେ ଆଜି ପୁଣି ଆଉ ୩ ଜଣ କରୋନାରେ ଜୀବନ ହାରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Regret to inform the demise of 3 Covid positive patients while under treatment in hospitals.
1. A 63-year old Male of Ganjam district.
2. A 60-year old Male of Ganjam district.
3. A 48-year old female of Gajapati district who was also suffering from obesity and sleep apnea.
— H & FW Dept Odisha (@HFWOdisha) July 18, 2020
ଆଜି ଯେଉଁ ୩ ଜଣଙ୍କର ମୃତ୍ୟୁ ହୋଇଛି ସେମାନଙକ ମଧ୍ୟରୁ ୨ ଜଣ ୬୩ ଏବଂ ୬୦ ବର୍ଷିୟ ପୁରୁଷ ଗଞ୍ଜାମ ଜିଲ୍ଲାର ରହିଛନ୍ତି । ସେହିପରି ଗଜପତିର ଜଣେ ୪୮ ବର୍ଷିୟ ମହିଳା ରହିଛନ୍ତି ।