ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆତଙ୍କ ଖେଳାଇଛି ଡେଙ୍ଗୁ । ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୁଖ୍ୟତଃ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ଭୁବନେଶ୍ୱର ପାଲଟଛି ଡେଙ୍ଗୁର ହଟସ୍ପଟ୍ । ଭୁବନେଶ୍ୱରରୁ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ସେହିପରି ଗତ ୨୪ ଘଣ୍ଟଶ ମଧ୍ୟରେ ଭୁବନେଶ୍ୱରରୁ ଆଉ ୪୮ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ୨୦୫୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି ।
ରାଜଧାନୀବାସୀଙ୍କୁ କଲବଲ କରୁଛି ଡେଙ୍ଗୁ । ଯାହାକୁ ନେଇ ଜନ ସାଧାରଣଙ୍କ ଭିତରେ ଭୟ ବଢିବାରେ ଲାଗିଛି ।