ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଚିନ୍ତା ବଢାଉଛି କରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଗୋଟେ ପରେ ଗୋଟେ ଜୀବନ ନେଉଛି ଏହି ଅଦୃଶ୍ୟ ମହାମାରୀ । ରାଜ୍ୟରେ ଆଜି ପୁଣି ଆଉ ୫ ଜଣ କରୋନାରେ ଜୀବନ ହାରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୧ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Regret to inform the demise of 5 Covid positive patients while under treatment in hospitals.
1. A 70-year old Male of Puri district who was also suffering from Diabetes and Hypertension.
— H & FW Dept Odisha (@HFWOdisha) July 11, 2020
ଆଜି ଯେଉଁ ୫ ଜଣଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ପୁରୀର ଜଣେ ୭୦ ବର୍ଷିୟ ବୃଦ୍ଧ ରହିଥିବା ବେଳେ କଟକର ଜଣେ ୪୬ ବର୍ଷିୟ ପୁରୁଷ ଏବଂ ଭୁବନେଶ୍ୱରର ଜଣେ ୫୬ ବର୍ଷିୟା ମହିଳା ରହିଛନ୍ତି । ସେହିପରି ଗଞ୍ଜାମର ଜଣେ ୫୫ ବର୍ଷିୟ ପୁରୁଷ ଏବଂ ଅନ୍ୟଜଣେ ୭୨ ବର୍ଷିିୟ ବୃଦ୍ଧ ରହିଛନ୍ତି ।
5. A 72-year old Male of Ganjam district who was also suffering from Diabetes.
— H & FW Dept Odisha (@HFWOdisha) July 11, 2020