ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଥରେ ଓଡିଶାରେ କାୟା ମେଲାଉଛି କରୋନା ମହାମାରୀ । ରାଜ୍ୟରେ ପୁଣି ଆଉ ୫ କରୋନା ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୪ ରେ ପହଁଚିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାଫଳରେ ରାଜ୍ୟରେ ଧୀରେ ଧୀରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା ।
ଚିହ୍ନଟ ହୋଇଥିବା ୨୪ ଜଣଙ୍କ ମଧ୍ୟରୁ ଜଣେ ମାତ୍ର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୨୩ ଜଣ ହୋମ୍ ଆଇସୋଲେସନରେ ଅଛନ୍ତି ।