ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି ଓମିକ୍ରନ୍ ମାମଲା । ଏପର୍ଯ୍ୟନ୍ତ ୧୯ ରାଜ୍ୟକୁ ବ୍ୟାପି ସାରିଲାଣି ଏହି ଭ୍ୟାରିଆଣ୍ଟ । ୧୯ ରାଜ୍ୟରୁ ୫୭୮ ଲୋକ ସଂକ୍ରମିତ ହୋଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି ଏହି ଭ୍ୟାରିଆଣ୍ଟରୁ ୧୫୧ ଲୋକ ସୁସ୍ଥ ହୋଇସାରିଲେଣି । କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି ଏହି ଭ୍ୟାରିଆଣ୍ଟରେ ଏପର୍ଯ୍ୟନ୍ତ କାହାରି ମୃତ୍ୟୁ ହୋଇନାହିଁ ।