ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ୍ । ଗତ ୨୪ ଘଣ୍ଟାରେ ସୁନ୍ଦରଗଡ ଜିଲ୍ଲାରେ ନୂତନ ୭ ଜଣ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରେ ଏବେ ସୁଦ୍ଧା ୧୬୯ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କହିବାନୁଯାୟୀ, ଆକ୍ରାନ୍ତଙ୍କ ପାଇଁ ଔଷଧ ମହଜୁଦ ରହିଛି ଏବଂ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପ୍ରସ୍ତୁତ ମଧ୍ୟ ରହିଛନ୍ତି । ଲୋକଙ୍କର ଜ୍ୱର , ମୁଣ୍ଡବିନ୍ଧା, ଛାତି ଦରଜ ଭଳି ଲକ୍ଷଣ ଦେଖାଦେଉଛି । ଏହାସହିତ ଲୋକଙ୍କୁ ସଚେତନ କରିବା ପାଇଁ ଆଶାକର୍ମୀ ଓ ଏଏନଏମ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।