ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଘାରିଲା କୋଭିଡ ଚିନ୍ତା । ଚିହ୍ନଟ ହେଲା କୋଭିଡର ନୂତନ ଭାରିଆଣ୍ଟ BA.2.86 । ତିନୋଟି ଦେଶ ତଥା ଆମେରିକା, ଇସ୍ରାଏଲ, ଡେନମାର୍କରେ ଏହି ନୂତନ ଭାରିଆଣ୍ଟର ପ୍ରଭାବ ବିସ୍ତାର ହେଉଛି ।
ଏନେଇ ଆମେରିକା ସିଡିସି ପକ୍ଷରୁ କୁହାଯାଇଛି କି, କୋଭିଡର ଏହି ନୂତନ ଭାରିଆଣ୍ଟ ସମ୍ପର୍କରେ ଦୃଷ୍ଟି ରଖାଯାଇଛି ଏବଂ ସତର୍କତା ଜାରି କରାଯାଇଛି । ଏହି ଭୂତାଣୁ ବିଭିନ୍ନ ପ୍ରକାରର ମ୍ୟୁଟେସନରୁ ସୃଷ୍ଟି ହୋଇଛି । ଏହାକୁ ମନିଟରିଂ କରାଯାଉଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।