ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ କରୋନାର ଗୁରୁତର ରୋଗୀଙ୍କ ପାଇଁ ଏକ୍ମୋ ଚିକିତ୍ସା ଜରୁରୀ ହୋଇପଡିଛି । ଏହି ଚିକିତ୍ସା ପାଇଁ ରୋଗୀଙ୍କୁ ବାହାରକୁ ଯିବାକୁ ପଡୁଛି । ଏହାରି ମଧ୍ୟରେ ଏବେ ଓଡିଶାକୁ ଆସିଛି ଏକ୍ମୋ ମେସିନ୍ । ଓଡିଶାରେ ଏମ୍ସ ହସ୍ପିଟାଲକୁ ପ୍ରଥମ ଏକ୍ମୋ ମେସିନ ଆସିଛି । ଏହି ମେସିନକୁ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ କୁ ପ୍ରଶିକ୍ଷଣ ଦିଆଯାଇଛି ।
କେବଳ ଡାକ୍ତରୀ ଟିମ୍ କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ନର୍ସିଂ କର୍ମଚାରୀଙ୍କୁ ତାଲିମ ଦିଆଯାଇନାହିଁ । ଏଥିପାଇଁ ମେସିନ ଚଲାଇବା ଲାଗି ହସ୍ପିଟାଲ କର୍ତ୍ତୃପକ୍ଷ ପକ୍ଷରୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।