ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ହସ୍ପିଟାଲ ଗୁଡିକକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।
ସେ କହିଛନ୍ତି କି, ହସ୍ପିଟାଲ ମାନଙ୍କରେ ଅଧିକ ଗହଳି ହୋଇଥାଏ । ଏଠାରେ ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା । ଅତି ଆବଶ୍ୟକ ନଥିଲେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ । ରାଜ୍ୟରେ ବିଭିନ୍ନ ହସ୍ପିଟାଲରେ ୨୪ ଘଣ୍ଟିଆ ଟେଲି ମେଡିସିନ ସେବା ଆରମ୍ଭ କରାଯାଇଛି । ଆପଣମାନେ ଟେଲି ମେଡିସିନ୍ ର ସହାୟତା ନିଅନ୍ତୁ ।