ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଥମୁନି କରୋନା ପ୍ରକୋପ । ରାଜ୍ୟ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୧୪୩ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
COVID-19 REPORT FOR 21st JUNE
New positive Cases: 143
In quarantine: 137
Local contacts: 6(Details of local contacts will be shared by concerned Dist Administration)
District Wise Cases
1. Khordha : 16
2. Nayagarh: 13
3. Balasore: 13
4. Cuttack: 20
5. Jagatsinghpur: 1— I & PR Department, Odisha (@IPR_Odisha) June 22, 2020
ଆଜି ଚିହ୍ନଟ ହୋଇଥିବା ୧୪୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୬ ଜଣ, ନୟାଗଡର ୧୩ ଜଣ, ବାଲେଶ୍ୱରର ୧୩ ଜଣ, କଟକର ୨୦ ଜଣ, ଜଗତସିଂହପୁରର ଜଣେ, ଅନୁଗୁଳର ଜଣେ, ଢେଙ୍କାନାଳର ୩ ଜଣ, ଭଦ୍ରକର ୪ ଜଣ, କଳାହାଣ୍ଡିର ୬ ଜଣ, କେନ୍ଦୁଝରର ୨ ଜଣ, ଗଞ୍ଜାମର ୩୨ ଜଣ, ସୁନ୍ଦରଗଡର ୧୨ ଜଣ, କେନ୍ଦ୍ରାପଡାର ୧୦ ଝାରସୁଗୁଡାର ଜଣେ, ବରଗଡର ଜଣେ, ବଲାଙ୍ଗିରର ଜଣେ, ସମ୍ବଲପୁରର ୫ ଜଣ ଏବଂ ୨ ଜଣ ଏନଡିଆରଏଫ କର୍ମୀ (ଆମ୍ପାନ ଡ୍ୟୁଟି ସାରି କୋଲକାତାରୁ ଫେରିଛନ୍ତି) ।
New recoveries: 186
Cumulative tested: 227860
Positive: 5303
Recovered: 3720
Active Cases: 1562— I & PR Department, Odisha (@IPR_Odisha) June 22, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ କୁ ବଦ୍ଧି ହୋଇଛି । ଏଥିରୁ ୩୭୨୦ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୧୫୬୨ ଜଣ ଚିକିତ୍ସିତ ହେଉଛନ୍ତି ।