ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଖୁସୀ ଖବର । ରାଜ୍ୟରେ ପୁଣି ଆଜି ଆଉ ୧୮୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
3 each from Bolangir & Keonjhar
2 from Cuttack
1 each from Angul, Jajpur, Kandhamal & MayurbhanjThe total recovered cases of #Odisha now stand at 4606.
(2/2)— H & FW Dept Odisha (@HFWOdisha) June 27, 2020
ଆଜି ସୁସ୍ଥ ହୋଇଥିବା ୧୮୪ ଜଣଙ୍କ ମଧ୍ୟରୁ ଗଞ୍ଜାମର ୪୮, ଖୋର୍ଦ୍ଧାର ୪୫, ବାଲେଶ୍ୱରର ୩୧, ଗଜପତିର ୧୨, ଭଦ୍ରକର ୧୦, ଜଗତସିଂହପୁରର ୬, ଝାରସୁଗୁଡାର ୬, କେନ୍ଦାପଡାର ୫, ପୁରୀର ୫, ସୁନ୍ଦରଗଡର ୪, ବଲାଙ୍ଗିରର ୩, କେନ୍ଦୁଝରର ୩, କଟକର ୨, ଅନୁଗୁଳ, ଯାଜପୁର,କନ୍ଧମାଳ ଏବଂ ମୟୁରଭଞ୍ଜର ଜଣେ ଲେଖାଁଏ ରହିଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୪୬୦୬ ଜଣ ସୁସ୍ଥ ହୋଇ ସାରିଲେଣି ।