ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଗୋଟେ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ ଆଜି ପୁଣି ଆଉ ୨୦୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
4 from Angul
3 from Dhenkanal
2 each from Bolangir & Jagatsinghpur
1 each from Deogarh & SundargarhThe total recovered cases of #Odisha now stand at 4946.
(2/2)— H & FW Dept Odisha (@HFWOdisha) June 29, 2020
ରାଜ୍ୟରେ ଆଜି ସୁସ୍ଥ ହୋଇଥିବା ନୂତନ ୨୦୩ ଜଣଙ୍କ ମଧ୍ୟରୁ ଗଞ୍ଜାମର ୬୦, ଗଜପତିର ୨୦, ଖୋର୍ଦ୍ଧାର ୧୯, କଟକର ୧୮, ଭଦ୍ରକର ୧୪, କେନ୍ଦୁଝରର ୧୩, ନୟାଗଡର ୧୨, ମୟୂରଭଞ୍ଜର ୧୦, ଯାଜପୁରର ୯, ବାଲେଶ୍ୱରର ୮, କେନ୍ଦ୍ରାପଡାର ୭, ଅନୁଗୁଳର ୪, ଢେଙ୍କାନାଳର ୩, ବଲାଙ୍ଗିରର ୨, ଜଗତସିଂହପୁରର ୨ , ଦେଓଗଡର ୧ ଏବଂ ସୁନ୍ଦରଗଡର ୧ ରହିଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ ୪୯୪୬ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।