ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ । ରାଜ୍ୟରେ ପୁଣି ଆଜି ୨୧୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
5 from Angul & Cuttack
4 each from Dhenkanal and Puri
3 from Jagatsinghpur
2 each from Kendrapara & Sonepur
1 BolangirThe total recovered case of Odisha now stand at 6703
— H & FW Dept Odisha (@HFWOdisha) July 7, 2020
ଆଜି ସୁସ୍ଥ ହୋଇଥିବା ୨୧୭ ଜଣଙ୍କ ମଧ୍ୟରୁ ଗଞ୍ଜାମର ୯୬, ଖୋର୍ଦ୍ଧାର ୧୮, ବାଲେଶ୍ୱରର ୧୬, ମୟୂରଭଞ୍ଜର ୧୫, ବରଗଡର ୧୩, କେନ୍ଦୁଝରର ୧୨, ଝାରସୁଗୁଡାର ୮, ମାଲକାନାଗିରର ୭, ଯାଜପୁରର ୬, କଟକର ୫, ଅନୁଗୁଳର ୫, ଢେଙ୍କାନାଳର ୪, ପୁରୀର ୪, ଜଗତସିଂହପୁରର ୩, କେନ୍ଦ୍ରପଡାର ୨, ସୋନପୁରର ୨ ଏବଂ ବଲାଙ୍ଗିରର ଜଣେ ରହିଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ ୬୭୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।