ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଗୋଟେ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ସୁସ୍ଥ ସଂଖ୍ୟାଙ୍କ ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟରେ ଆଜି ପୁଣି ଆଉ ୨୬୨ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡସଚାର୍ଜ କରି ଦିଆଯାଇଛି ।
4 each from Jajpur and Sundergarh
3 each from Angul, Balasore, Nayagarh and Nawarangpur
1each from Boud, Jharsuguda, Kalahandi, Koraput and MayurbhanjThe total recovered case of Odisha now stand at 6486
— H & FW Dept Odisha (@HFWOdisha) July 6, 2020
ଆଜି ସୁସ୍ଥ ହୋଇଥିବା ୨୬୨ ଜଣଙ୍କ ମଧ୍ୟରୁ ଗଞ୍ଜାମର ୭୩, ଗଜପତିର ୪୯, ଜଗତସିଂହପୁରର ୨୫, ରାୟଗଡାର ୧୬, କଟକର ୧୫,ବରଗଡର ୧୪, ଖୋର୍ଦ୍ଧାର ୧୩, ଭଦ୍ରକର ୧୨,ପୁରୀର ୧୨ ,କେନ୍ଦ୍ରାପଡାର ୮, ଯାଜପୁର, ୪, ସୁନ୍ଦରଗଡର ୪, ଅନୁଗୁଳର ୩, ବାଲେଶ୍ୱରର ୩, ନୟାଗଡର ୩, ନବରଙ୍ଗପୁରର ୩, ବୌଦ୍ଧ, ଝାରସୁଗୁଡା, କଳାହାଣ୍ଡି, କୋରାପୁଟ ଏବଂ ମୟୂରଭଞ୍ଜର ଜଣେ ଲେଖାଁଏ ରହିଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ ୬୪୮୬ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।