ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଖୁସୀ ଖବର । ରାଜ୍ୟରେ ଆଜି ପୁଣି ଆଉ ୨୯୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
16 from Cuttack
16 from Nabarangpur
15 from Balasore
11 from Sambalpur
10 from Khurdha
8 from Mayurbhanj
6 from Keonjhar
6 from Puri
5 from Jagatsinghpur
3 from Nayagarh
2 each from Baragarh and Koraput
1 each from Jajpur and Sundergarh
(2/2)— H & FW Dept Odisha (@HFWOdisha) July 5, 2020
ଆଜି ସୁସ୍ଥ ହୋଇଥିବା ୨୯୦ ଜଣଙ୍କ ମଧ୍ୟରୁ ଗଞ୍ଜାମର ୯୯, ଗଜପତିର ୫୬, ଝାରସୁଗୁଡାର ୩୩, କଟକର ୧୬, ନବରଙ୍ଗପୁରର ୧୬, ବାଲେଶ୍ୱରର ୧୫, ସମ୍ବଲପୁରର ୧୧,ଖୋର୍ଦ୍ଧାର ୧୦, ମୟୂରଭଞ୍ଜର ୮, କେନ୍ଦୁଝରର ୬,ପୁରୀର ୬,ଜଗତସିଂହପୁରର ୫, ନୟାଗଡର ୩ ବରଗଡର ୨, କୋରାପୁଟର ୨,ଯାଜପୁର ଓ ସୁନ୍ଦରଗଡର ଜଣେ ଲେଖାଁଏ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୬୨୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।