ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାରେ ଲାଗୁନି ବ୍ରେକ୍ । ରାଜଧାନର ଭୁବନେଶ୍ୱରରେ ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଆଜି ପୁଣି ଭୁବନେଶ୍ୱରରୁ ୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୦ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
Update on newly detected & cured #COVID19 cases in the last 24 hrs under the BMC area on 16th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/qMexqh3O4a— BMC (@bmcbbsr) July 16, 2020
ଯେଉଁ ୨୦ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବମିଖାଲ, ନୟାପଲ୍ଲୀ ଆଈଅରସି ଭିଲେଜ, ଭୀମଟାଙ୍ଗି, ଜାଗମରା, ସାଲିଆସାହି ଏକାମ୍ର ବିହାର, ଘାଟିକିଆ, ସମହସ୍ପିଟା ଲ ନିକଟସ୍ତ ଶ୍ୟାମପୁର, ନୟାପଲ୍ଲୀ ବେହେରା ସାହି,ସାଲିଆ ସାହି ଶ୍ରୀରାମ ନଗରର ଜଣେ ଲେଖାଁଏ ରହିଥିବା ବେଳେ ପଟିଆ ଷ୍ଟେସନ ପାଖରୁ ଜଣେ ଟ୍ୟାକ୍ସି ଡ୍ରାଇଭର, କେନ୍ଦ୍ରୀୟ ସରକାରୀ ହସ୍ପିଟାଲରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ଆଚାର୍ଯ୍ୟ ବିହାର ବିଶେଶ୍ୱର ବସ୍ତିରୁ ୨ ଜଣ, ଜୟଦେବ ବିହାରରୁ ୨ ଜଣ, ସାଲିଆସାହି ନିରଙ୍କରୀ ନଗରୀରୁ ୨ ଜଣ ଏବଂ ସରକାରୀ ହସ୍ପିଟାଲରୁ ୩ ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଭୁବନେଶ୍ୱରରୁ ଆଉ ୧୮ ଜଣ ସୁସ୍ଥ ହୋଇଥିବା ଜାଣିବାକୁ ମିଳିଛି ।
ଏହାକୁ ମିଶାଇ ଏବେ ସୁଦ୍ଧା ଭୁବନେଶ୍ୱରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧୯ କୁ ଛୁଇଥିବା ବେଳେ ସେଥିରୁ ୪୦୩ ଜଣ ସୁସ୍ଥ ହୋଇସାରିଲେଣି ୫୦୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୧ ଜଣଙ୍କର ମୃତ୍ୟୁ ଘଟିଛି ।