ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡିସିଜିଆଇ କୁ ଚିଠି ଲେଖି କୋଭାକ୍ସିନ ବ୍ୟବହାରକୁ ୬ ମାସରୁ ୨୪ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁରୋଧ କରିଛି ଭାରତ ବାୟୋଟେକ ।
ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡସିଜିଆଇ) କୁ ପଠାଯାଇଥିବା ଆବେଦନରେ ବାୟୋଟେକ କହିଛି କି, ବର୍ତ୍ତମାନ ଆମେ ଏହାର ବ୍ୟବହାରର ଅବଧିକୁ ୬ ମାସରୁ ୨୪ ମାସ ବଢାଇବା ପାଇଁ ଆବେଦନ କରୁଛୁ । ସେଗୁଡିକୁ ୨ ରୁ ୮ ଡିଗ୍ରୀ ସେଲସିୟସ ରେ ରଖାଯାଏ ।
ଏହାର ପ୍ରସ୍ତାବରେ ଭରତ ବାୟୋଟେକ୍ କୋଭାକ୍ସାଇନ୍ ର ସ୍ଥାୟୀତ୍ୱ ଏବଂ ପ୍ରକୃତ ବ୍ୟବହାରରେ ଏହାର ବ୍ୟବହାର ସମୟକୁ ଯଥାର୍ଥତା ଦେବା ପାଇଁ ସର୍ବଶେଷ ତଥ୍ୟ ଉପସ୍ଥାପନ କରିଛି ।
ସୂଚନାଯୋଗ୍ୟ, ଦେଶରେ ଚାଲିଥିବା ଟୀକାକରଣ ପ୍ରକ୍ରିୟାରେ ଦୁଇଟି ଟୀକା ବ୍ୟବହାର କରାଯାଉଛି । ତାହା ହେଉଛି ଭାରତ ବାୟୋଟେକ କୋଭାକ୍ସିନ ଏବଂ ସେରମର କୋଭିସିଲ୍ଡ ।