ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ପାଇଁ ଦିଆଯାଉଥିବା ମାଗଣା ଟୀକାକରଣ ଅବଧି ଏବେ ଶେଷ ହେବାକୁ ଯାଉଛି । ସେପ୍ଟମ୍ବର ୩୦ ରେ ସରିବ ମାଗଣା ଟୀକାର ଅବଧି । ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତଙ୍କୁ ତୁରନ୍ତ ଟୀକା ନେବା ପାଇଁ ଅପିଲ କରାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି କି , ମାଗଣା ଟୀକାର ଅବଧି ଶେଷ ହେବା ପାଇଁ ଆଉ ମାତ୍ର ୨୭ ଦିନ ଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତଙ୍କୁ ତୁରନ୍ତ ଟୀକା ନେବାକୁ ଅପିଲ କରିଛି । ରାଜ୍ୟରେ ଏବେ ସୁଦ୍ଧା ୭୫ ଭାଗ ଲୋକ ପ୍ରିକସନ ଡୋଜ ନେଇ ନାହାନ୍ତି । ଏପର୍ୟ୍ୟନ୍ତ ୮୦୯୦୩୬୮ ଜଣ ଲୋକ ପ୍ରିକସନ ଡୋଜ ନେଇଛନ୍ତି ।