ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୋଭିଡ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି କି କୋଭିଡ ସ୍ଥିତିକୁ ଦେଖି କିଛି ରାଜ୍ୟ ଅତିରିକ୍ତ କଟକଣା ଲଗାଇଛନ୍ତି । କିନ୍ତୁ ରାଜ୍ୟରେ କୋଭିଡ ନିୟମ କୋହଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ଆସିଛି ତା ଉପରେ ଭାବିଚିନ୍ତି ନିଷ୍ପତି ନେବେ ରାଜ୍ୟ ସରକାର ।
ଏହାସହିତ ସେ ଅହୁରି ମଧ୍ୟ କହିଛନ୍ତି କି, ଆମା ରାଜ୍ୟରେ ଅତିରିକ୍ତ କଟକଣା ଲାଗୁ ହୋଇ ନାହିଁ । ଗାଇଡଲାଇନ୍ ଅନୁଯାୟୀ କଟକଣା ଲଗାଯାଇଛି । ତା ଉପରେ ସରକାରଙ୍କର ନଜର ରହିବା ସହିତ କୋଭିଡ ସ୍ଥିତିର ମଧ୍ୟ ସମୀକ୍ଷା କରାଯାଉଛି । ସରକାରଙ୍କ ଅଗାମୀ ନିଷ୍ପତିକୁ ଅପେକ୍ଷା କରିବା । ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଆମେ ଭଲ ଆଡକୁ ଯାଉଛେ । କିଛି ଦିନ ହେବ ଏକ ହଜାର ତଳେ ରହୁଛି ସଂକ୍ରମଣ । ହସ୍ପିଟାଲ ରେଟ ମଧ୍ୟ କମ ରହୁଛି । ଆଗକୁ ଆହୁରି ସୁଧୁରିବ ସ୍ଥିତି ।