ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି କି ରାଜ୍ୟରେ ଏବେ ହସ୍ପିଟାଲର ବେଡ ରେଟ୍ ଦେଖିଲେ ଆମେ ଭଲ ସ୍ଥିତିରେ ଅଛୁ । ଖୁବ୍ ଶୀଘ୍ର ଡେଞ୍ଜରଜୋନରୁ ରାଜ୍ୟ ବାହାରିଯିବ । ହସ୍ପିଟାଲକୁ ଯେଉଁମାନେ ଅସ୍ତ୍ରପ୍ରଚାର ପାଇଁ ଆସୁଛନ୍ତି ସେମାନଙ୍କର ଲକ୍ଷଣ ନଥିଲେ ଟେଷ୍ଟର ଆବଶ୍ୟକତା ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି କି , କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ଜିଲ୍ଲାଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ସଂକ୍ରମଣମ ହୟାସ ପାଉଛି କିନ୍ତୁ ମୃତ୍ୟୁ ସଂଖ୍ୟା କମୁନି କିନ୍ତୁ ଆଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ଧୀରେ ଧୀରେ କମିବ ।