ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ କରୋନାର ବୁଷ୍ଟର ଡୋଜ ମାଗଣାରେ ଦିଆଯାଉଥିବା ବେଳେ ଏହାକୁ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି ଲୋକେ । ଏନେଇ ଚିନ୍ତା ପ୍ରକଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି କି, ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୭ ପ୍ରତିଶତ ଲୋକେ ବୁଷ୍ଟର ଡୋଜ ନେଇ ନାହାନ୍ତି । ଅର୍ଥାତ ୨ କୋଟି ୮୨ ଲକ୍ଷ ଲୋକେ ବୁଷ୍ଟର ଡୋଜ ନେଇ ନାହାନ୍ତି ।
ଏବେ ସୁଦ୍ଧା ୪୨ ଲକ୍ଷ ୭୦ ହଜାର ୪୮୭ ଲୋକ ବୁଷ୍ଟର ଡୋଜ ନେଇଛନ୍ତି । ଯାହା ମାତ୍ର ୧୩ ପ୍ରତିଶତ ।