ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କାୟା ମେଲାଉଛି ସେରୋଟାଇପ-୨ ଡେଙ୍ଗୁ । ଓଡିଶା ସମେତ ୧୧ ଟି ରାଜ୍ୟକୁ ସତର୍କ ରହିବା ଲାଗି କେନ୍ଦ୍ର ପକ୍ଷରୁ ପରାମର୍ଶ ଜାରି କରାଯାଇଛି । ସତର୍କ ଜାରି କରାଯାଇଥିବା ରାଜ୍ୟ ଗୁଡିକ ହେଉଛି ଓଡିଶା, କେରଳ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ତାମିଲନାଡୁ । ଡେଙ୍ଗୁ ସହ ଅନ୍ୟାନ୍ୟ ରୋଗ ପ୍ରତି ମଧ୍ୟ ସତର୍କ ରହିବା ପାଇଁ କୁହାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ସେରୋଟାଇପ-୨ ଡେଙ୍ଗୁ ଏବେ ୧୧ ଟି ରାଜ୍ୟରେ ବ୍ୟାପୁଛି । ଏହି ରୋଗରେ ଅଧିକାଂଶ ଲୋକ ପୀଡିତ ହେଉଛନ୍ତି । ଏହାକୁ ମୁକାବିଲା କରିବା ଲାଗି ହେଲ୍ପଲାଇନ୍, ଅଧିକ ଟେଷ୍ଟିଂ କିଟ୍ ରଖିବା, ଲର୍ଭା ମାରିପାରୁଥିବା କୀଟନାଶକ ଔଷଧ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ତୁରନ୍ତ ମୁକାବିଲା ପାଇଁ ରାପିଡ ରେସପନ୍ସ ଟିମ୍ ସଜାଗ ରଖିବା ପାଇଁ କୁହାଯାଇଛି ।