ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଡରାଇଲାଣି କରୋନା ମହାମାରୀ । ବଢିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କୋଭିଡ ବୈଠକ । ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ କେନ୍ଦ୍ର ସରକାର ।
କେରଳ ଓ କର୍ଣ୍ଣାଟକରେ ପଜିଟିଭ ମାମଲା ଚିହ୍ନଟ ହେବା ପରେ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସରକାର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି ଆଲୋଚନା କରିଛନ୍ତି । ଯଦି ଆବଶ୍ୟକ ପଡେ ରାଜ୍ୟ ଜାରି କରିପାରେ ଗାଇଡଲାଇନ୍ସ । ଏବେ ବି ସର୍ଭେଲାନ୍ସ ଜାରି ରହିଛି ।
ଯଦି କହାରି ଥଣ୍ଡା କାଶ ଭଳି ଲକ୍ଷଣ ଦେଖା ଦେଉଛି ତେବେ ସେମାନେ ପ୍ରିକସନ ନେବା ସହ କୋଭିଡ ନିୟମ ଅନୁପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।