ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦେଶରେ ଏବେ କରୋନା ସଂକ୍ରମଣ ପୁଣି ଥରେ କାୟା ମେଲାଇଛି । ରାଜ୍ୟରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଖାସ୍ କରି ୪ ରୁ ୫ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହୁଛି । ଏହି ଜିଲ୍ଲାମାନଙ୍କର ଓମିକ୍ରନ୍ ମଧ୍ୟ ଚିହ୍ନଟ ହୋଇସାରିଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି କି, କରୋନା ସଂକ୍ରମଣକୁ ନେଇ ଦିଲ୍ଲୀ ଓ ମହାରାଷ୍ଟ୍ରରେ କିଛି ବିଶେଷଜ୍ଞ ଆକଳନ କରିଛନ୍ତି । ଏହି ସଂକ୍ରମଣ ଜାନୁଆରୀ ୧୫ ସୁଦ୍ଧା ପିକ୍ ନେବ । ସେହିଅନୁଯାୟୀ ଅ।।ମର ମଧ୍ୟ ୧୦ ରୁ ୧୫ ଦିନ ମଧ୍ୟରେ ପିକ୍ ନେବାର ସମ୍ଭାବନା ରହିଛି । କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଲୋକେ ଚିନ୍ତା କରିବା ଆବଶ୍ୟକ । ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ଟେଷ୍ଟ ସର୍ଭିଲାନ୍ସ,ଟୀକାକରଣକୁ ବୃଦ୍ଧି କରାଯାଇଛି ।