ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ଡେଙ୍ଗୁ ଭୟ । ଏହାକୁ ନେଇ ବଢିଲାଣି ଚିନ୍ତା । ଡେଙ୍ଗୁ ରୋଗକୁ ନେଇ ସଚେତନ ରହିବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ସାଧାରଣତ ଏହା ଏକ ମଶାବାହିକ ରୋଗ ଏବଂ ମୌସୁମୀ ସମୟରେ ଏହା ବୃଦ୍ଧି ପାଇଥାଏ ।
ଏବେ ସୁଦ୍ଧା ରାଜ୍ୟରେ ୧୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮ ଜଣ ରହିଛନ୍ତି । ଶୁକ୍ରବାର ସୁଦ୍ଧା ରାଜ୍ୟରୁ ମୋଟ ୩୪୮୪ ନମୁନା ପରୀକ୍ଷା କରାଯାଇଛି ।