ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନାର ତୃତୀୟ ଲହର ହ୍ରାସ ପାଉଥିବା ବେଳେ ଏବେ ପୁଣି ଥରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ଦ୍ରୁତ ବେଗରେ ବଢିଚାଲିଛି । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।
କେବଳ ଦିଲ୍ଲୀ ନୁହେଁ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି । କିନ୍ତୁ ଓଡିଶାରେ ଏବେ ସ୍ଥିତି ଭଲ ରହିଛି ଆତଙ୍କିତ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ । ରାଜ୍ୟରେ ପଜିଟିଭ ରେଟ୍ କମ ରହିଛି ସତ କିନ୍ତୁ ଚତୁର୍ଥ ଲହରୀ ପାଇଁ ସତର୍କ ରହିବା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ନିରଞ୍ଜନ ମିଶ୍ର କହିଛନ୍ତି ।
ଅନ୍ୟପଟେ ଆଇସିଏମଆରର ଗାଇଲାଇନ ମୁତାବକ ଟେଷ୍ଟ ବଢାଯାଉଛି । ଯେଉଁଠି କ୍ଲଷ୍ଟର ଆଉଟବ୍ରେକ ହେଉଛି ତାହା ଉପରେ କଡା ନଜର ରଖିବାକୁ କୁହାଯାଉଛି ।