ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି କରୋନାକୁ ମାରିବ ଆଣ୍ଟିବଡି କକଟେଲ । ଦିଲ୍ଲୀରେ କରୋନା ରୋଗୀଙ୍କୁ ଦିଆଯିବ ଆଣ୍ଟିବଡି କକଟେଲ ଔଷଧ । ଓଖଲାର ଫୋର୍ଟିସ ଏସ୍କର୍ଟ ହସ୍ପିଟାଲରେ ଏହାର ଶୁଭାରମ୍ଭ ହେବ । ଦେଶରେ ପ୍ରଥମେ ଗୁରୁଗ୍ରାମର ମେନ୍ଦାତା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଏହି ଔଷଧ ଦିଆଯାଇଥିଲା ।
ଫୋର୍ଟି ଏସ୍କଟ ହସ୍ପିଟାଲର ଚେୟାରମ୍ୟାନ୍ ଡା. ଅଶୋକ ସେଠ କହିଛନ୍ତି କି, ଗୁରୁବାରଠୁ ହସ୍ପିଟାଲରେ କରୋନା ଚିକିତ୍ସା ପାଇଁ ବ୍ୟବହାର ହେବାକୁ ଥିବା ଆଣ୍ଟିବଡି ଔଷଧ ଯାହା କାସିରିବିମ୍ୟାବ ଏବଂ ଇମ୍ଦେବିମ୍ୟାବ ର କକଟେଲ । କରୋନା ରୋଗୀଙ୍କୁ ଏହାର ଡୋଜ ଦିଆଯିବ । କରୋନାର ସାମାନ୍ୟ ଲକ୍ଷଣରେ ସୁରକ୍ଷା ପ୍ରଦାନ କରିବ ଏହି ଔଷଧ ।
ଏହାପୂର୍ବରୁ ମଙ୍ଗଳବାର ହରିଆଣାର ଜଣେ ରୋଗୀଙ୍କୁ ଗୁରୁଗ୍ରାମର ମେନ୍ଦାତା ହସ୍ପିଟାଲରେ ଏହି ଔଷଧର ଡୋଜ ଦିଆଯାଇଥିଲା । କକଟେଲ ଔଷଧ ନେଇଥିବା ଭାରତରେ ସେ ପ୍ରଥମ ରୋଗୀ ଥିଲେ ।