ଭୁବନେଶ୍ୱର (ଏଟିଆର ବୁରୋ):ରାଜ୍ୟରେ କରୋନା ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବା ସହିତ ଗୋଟେ ପରେ ଗୋଟେ ଜୀବନ ନେଉଛି କରୋନା । ଏବେ ପୁଣି ଆଉ ୧୪ ଜୀବନ ନେଇଛି କରୋନା । ଏହାପରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯୭ ରେ ପହଁଚିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ।
ରାଜ୍ୟରେ ଆଜି ଯେଉଁ ୧୪ ଜଣ କରୋନାରେ ଜୀବନ ହାରିଛନ୍ତି ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩ ଜଣ. କଟକରୁ ୩ ଜଣ, କେନ୍ଦ୍ରପଡାରୁ ୨ ଜଣ, ଯାଜପୁରରୁ ୨ ଜଣ ଏବଂ ଢେଙ୍କନାଳ, ବଲାଙ୍ଗିର, ଗଜପତି, ସୁବର୍ଣ୍ଣପୁର ଜଣେ ଲେଖାଁଏ ରହିଛନ୍ତି ।