ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆତଙ୍କ ରଚୁଛି କିଲର ଭାଇରସ । ମୃତକଙ୍କ ସଂଖ୍ୟା ରେ ଲାଗୁନି ବ୍ରେକ । ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି ଭାଇରସ । ସେହିପରି ଗୋଟେଦିନରେ ପୁଣି ରାଜ୍ୟରୁ କରୋନା ନେଲା ୩୩ ଜୀବନ । ଏହାପରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୧୯ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରୁ ଅନୁୁଗୁଳରୁ ୫ ଜଣ, କଳାହାଣ୍ଡି ଓ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ, କଟକ, ଦେବଗଡ, ଗଜପତି, କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏଁ, ରହିଥିବା ବେଳେ ଗଞ୍ଜାମ, କୋରାପୁଟ, ମାଲକାନଗିରି, ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁରହିଛନ୍ତି ।