ଭୁବନେଶ୍ୱର (ଏଟିଆର ବୁରୋ):ରାଜ୍ୟରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ନୂତନ ମାମଲା ସାମ୍ନାକୁ ଆସିବା ସହିତ ଗୋଟେ ପରେ ଗୋଟେ ଜୀବନ ନେଉଛି କରୋନା । ଏବେ ପୁଣି ଆଉ ୧୬ ମୁଣ୍ଡ ନେଇଛି କରୋନା । ଏହାପରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୪୦ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ।
ରାଜ୍ୟରେ ଆଜି ଯେଉଁ ୧୬ ଜଣ କରୋନାରେ ଜୀବନ ହାରିଛନ୍ତି ସେମାନଙ୍କ ମଧ୍ୟରୁ ବାଲେଶ୍ୱରୁ ୪ ଜଣ, ଖୋର୍ଦ୍ଧାରୁ ୩ ଜଣ, କଟକରୁ ୨ ଜଣ ଏବଂ ନୟାଗଡ, ପୁରୀ, ମୟୂରଭଞ୍ଜ, ନବରଙ୍ଗପୁର, ଅନୁଗୁଳ,ସୁବର୍ଣ୍ଣପୁର ଓ ବୌଦ୍ଧରୁ ଜଣେ ଲେଖାଁଏ ରହିଛନ୍ତି ।