ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ତାଣ୍ଡବ ରଚୁଛି କରୋନା । ଯାହାଫଳରେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି ପଛେ ଥମିବାର ନାଁ ଧରୁନି । ପ୍ରତ୍ୟେକ ଦିନ ଜୀବନ ନେଉଛି କିଲର ଭାଇରସ । ସେହିଅନୁଯାୟୀ ଗୋଟେଦିନରେ ରାଜ୍ୟରୁ କରୋନାରେ ୩୯ ଆକ୍ରାନ୍ତ ଆଖିବୁଜିଛନ୍ତି । ଏହାପରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୮୮୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୯ ଜଣ, କଟକ ନୟାଗଡ ଓ ବରଗଡ ଜିଲ୍ଲାରୁ ୫ ଜଣ ଲେଖାଏଁ, ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, କେନ୍ଦ୍ରାପଡା, ଗଞ୍ଜାମ, ସୋନପୁର, ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ , ସେହିପରି ପୁରୀ ଜିଲ୍ଲାରୁ ଜଣେ ରହିଛନ୍ତି ।