ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ତାଣ୍ଡବ ରଚୁଛି କରୋନା । ଯାହାଫଳରେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି ପଛେ ଥମିବାର ନାଁ ଧରୁନି । ପ୍ରତ୍ୟେକ ଦିନ ଜୀବନ ନେଉଛି କିଲର ଭାଇରସ । ସେହିଅନୁଯାୟୀ ଗୋଟେଦିନରେ ରାଜ୍ୟରୁ କରୋନାରେ ୪୩ ଆକ୍ରାନ୍ତ ଆଖିବୁଜିଛନ୍ତି । ଏହାପରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୩୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୯ ଜଣ, ପୁରୀ, ନୟାଗଡ ଓ ବରଗଡ ଜିଲ୍ଲାରୁ ୫ ଜଣ ଲେଖାଏଁ, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, କଟକ, ଗଞ୍ଜାମ, ଭଦ୍ରକ, ଜିଲ୍ଲାରୁ ୨ ଜଣ ଲେଖାଏଁ , ସେହିପରି ବାଲେଶ୍ୱର , କେନ୍ଦୁଝର , ମୟୁରଭଞ୍ଜ, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।