ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଉଛି । ଯାହାଫଳରେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି ପଛେ ଥମିବାର ନାଁ ଧରୁନି । ପ୍ରତ୍ୟେକ ଦିନ ଜୀବନ ନେଉଛି କିଲର ଭାଇରସ । ସେହିଅନୁଯାୟୀ ଗୋଟେଦିନରେ ରାଜ୍ୟରୁ କରୋନାରେ ୪୨ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାପରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୧୯୬ ରେ ପହଁଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୮ଜଣ , ବରଗଡ଼ ଜିଲ୍ଲାରୁ ୫ଜଣ । ସୁନ୍ଦରଗଡ଼ ଜିଲ୍ଲାରୁ ୪ଜଣ, ସମ୍ବଲପୁର ,ଅନୁଗୁଳ, ଗଞ୍ଜାମ, ଝାରସୁଗୁଡ଼ା, ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, ନୟାଗଡ଼, ପୁରୀ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । କେନ୍ଦୁଝର ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।