ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଉଥିବା ବେଳେ ଏବେ ଦୈନିକ ମୃତ୍ୟୁସଂଖ୍ୟା ୬୦ ଉପରେ । ସେହିଅନୁଯାୟୀ ଗୋଟେଦିନରେ ରାଜ୍ୟରୁ କରୋନାରେ ପୁଣି ୬୧ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାପରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୪୬୭ ରେ ପହଁଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୧ ଜଣ, ପୁରୀ,ଗଞ୍ଜାମ, ମୟୂରଭଞ୍ଜ, ବରଗଡ ରୁ ୬ ଲେଖାଏଁ, ସମ୍ବଲପୁର, ସୁନ୍ଦରଗଡରୁ ୫ ଲେଖାଏଁ, କେନ୍ଦୁଝରରୁ ୪, ନୟାଗଡ, ନୟାଗଡ,କଟକ, ଢେଙ୍କାନାଳରୁ ୨ ଜଣ ଲେଖାଏଁ, ବୌଦ୍ଧ, ଗଜପତି, ଝାରସୁଗୁଡା, କେନ୍ଦ୍ରାପଡା, ନୂଆପଡା, ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।