ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଚିନ୍ତା ବଢାଉଛି କରୋନା ମୃତ୍ୟୁ ସଂଖ୍ୟା । ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଜୀବନ ପରେ ଜୀବନ ନେଇ ଚାଲିଛି ଭାଇରସ । ଦୈନିକ ମୃତ୍ୟୁସଂଖ୍ୟା ୬୦ ଉପରେ ରହିଛି । ସେହିଅନୁଯାୟୀ ଗୋଟେଦିନରେ ରାଜ୍ୟରୁ କରୋନାରେ ପୁଣି ୬୮ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାପରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୪୪୫ ରେ ପହଁଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ , ୩୦ଜଣ , ପୁରୀ ଜିଲ୍ଲାରୁ ୧୧ଜଣ , ଅନୁଗୁଳ ଜିଲ୍ଲାରୁ ୮ଜଣ , ମୟୁରଭଞ୍ଜ ଜିଲ୍ଲାରୁ ୭ଜଣ , କେନ୍ଦୁଝର ଜିଲ୍ଲାରୁ ୬ଜଣ ରହିଥିବା ବେଳେ ମାଲକାନାଗିରି, କନ୍ଧମାଳ, ଜଗତସିଂହପୁର, ଗଞ୍ଜାମ ,ସୁନ୍ଦରଗଡ଼, ନୂଆପଡ଼ା, ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।