ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଥମୁନି କରୋନା କୋପ । ଦିନକୁ ଦିନ ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା । ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଜୀବନ ପରେ ଜୀବନ ନେଇ ଚାଲିଛି କିଲର ଭାଇରସ । ଦୈନିକ ମୃତ୍ୟୁସଂଖ୍ୟା ୬୦ ଉପରେ ରହିଛି । ସେହିଅନୁଯାୟୀ ଗୋଟେଦିନରେ ରାଜ୍ୟରୁ କରୋନାରେ ପୁଣି ୬୮ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାପରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭୧୫୪ରେ ପହଁଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୧୮ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୬ଜଣ , ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାରୁ ୫ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୪ଜଣ ରହିଛନ୍ତି । କେନ୍ଦ୍ରାପଡ଼ା ,ବାଲେଶ୍ୱର, ଯାଜପୁର, ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଗଞ୍ଜାମ ୨ଜଣ ରହିଛନ୍ତି । ନୟାଗଡ଼, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।