ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମାମଲା ଉପର ତଳ ହେଉଥିବା ବେଳେ ଚାରି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । ସେହିପରି କରୋନା ମୃତ୍ୟୁ ସଂଖ୍ୟା କିଛିଦିନ ହେବ କମିଯାଇଥିବା ବେଳେ ଏବେ ପୁଣି ମୃତ୍ୟୁ ସଂଖ୍ୟା ବଢି ଚାଲିଛି । ଏବେ ପୁଣି ଆଉ ୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ମୃତକ ଦ୍ୱୟଙ୍କ ମଧ୍ୟରୁ ଭୁବନେଶ୍ୱରର ଜଣେ ୮୦ ବର୍ଷୀୟ ବୃଦ୍ଧ ଏବଂ ସୁନ୍ଦରଗଡର ଜଣେ ୪୫ ବର୍ଷୀୟ ବୃଦ୍ଧା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୫୧ ରେ ପହଁଚିଛି ।