ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆତଙ୍କ ରଚୁଛି କରୋନା । ରାଜ୍ୟରୁ ଗୋଟେ ପରେ ଗୋଟେ ଜୀବନ ନେଉଛି ଏହି କିଲର ଭାଇରସ କରୋନା । ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଧୀରେ ଧୀରେ କମିବାରେ ଲାଗିଛି କିନ୍ତୁ ମୃତକଙ୍କ ସଂଖ୍ୟା କମିବାରେ ନାଁ ଧରୁନି । ଏବେ ରାଜ୍ୟରୁ ପୁଣି ଆଉ ୧୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୪୦ କୁ ବୃଦ୍ଧି ପାଇଛି । ଯାହାଫଳରେ ଏବେ ୧୬ ଶହ ଟପିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏମାନେ ସମସ୍ତେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି ।