ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ କରୋନା ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ପୂର୍ବରୁ ଯେଭଳି ଲଗାତର ଭାବେ କରୋନା ମୃତ୍ୟୁ ସଂଖ୍ୟା ବଢି ଚାଲିଥିଲା ତାହା ଏବେ ଥମିବାରେ ଲାଗିଛି । ଗତକାଲି କରୋନା ମୃତ୍ୟୁ ସଂଖ୍ୟା ୫ ରହିଥିଲା । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ଆଉ ୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଯାହାଫଳରେ ଏହି କିଛି ଦିନ ହେବ ୧୦ ତଳେ ରହିଛି ମୃତ୍ୟୁ ସଂଖ୍ୟା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୬୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏମାନେ ସମସ୍ତେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି ।